ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦୧ ଟଙ୍କା ପ୍ରଦାନ କଲେ କୀର୍ତ୍ତି ରଞ୍ଜନ

ପାଟଣା,ଏନ୍ଏନ୍ଏସ୍ :କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ବଡ଼ ଗମ୍ଭାରୀଆ ଗ୍ରାମର ତଥା କେନ୍ଦେଇପଶି ଠାରେ ଥିବା ସାମଲ ମେଡ଼ିସିନ ଷ୍ଟୋରର ମାଲିକ କୀର୍ତ୍ତି ରଞ୍ଜନ ସାମଲ କରୋନା ମହାମାରୀ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦୧ ଟଙ୍କା ପ୍ରଦାନ କରିଛନ୍ତି । ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ କରୋନା ମୁକାବିଲା କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦୧ ଟଙ୍କା ପ୍ରଦାନ କରିଛନ୍ତି । ଏଥି ସହ ଜନ ସାଧାରଣଙ୍କୁ କରୋନାର ମୁକାବିଲା ପାଇଁ ସରକାରଙ୍କ ନୀତିନିୟମ ମାନି ଚଳିବାକୁ ଅନୁରୋଧ କରିଛନ୍ତି । ସହାୟତା ଉଦ୍ୟଶରେ ରିଲିଫ ପାଣ୍ଠିକୁ ଦାନ କରିଥିବାରୁ ଅଞ୍ଚଳବାସୀ ପ୍ରସଂଶା କରିଛନ୍ତି ।