ପାଟଣା ଗ୍ରାମାଞ୍ଚଳରେ ଯୁବ ସଙ୍ଗଠନ ପକ୍ଷରୁ ସଚେତନତା

ପାଟଣା,ଏନ୍ଏନ୍ଏସ୍ : କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । କରୋନା ପାଇଁ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଝାଟିପଡା ଗ୍ରାମରେ ଯୁବ ସଙ୍ଗଠନ ପକ୍ଷରୁ ଜନ ସଚେତନତା ପାଇଁ ପଦକ୍ଷେପ ନିଆଯାଇଛି । ଗ୍ରାମର ରାସ୍ତାକୁ ଗାଁ ମୁଣ୍ଡରେ ବାଉଁଶ ସାହାଯ୍ୟ ରେ ବୁଜି ରାସ୍ତାକୁ ପୁରା ବନ୍ଦକରିବା ସହିତ କଣ୍ଟା ବିଛାଇ ରାସ୍ତାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ଗାଁ ଭିତରକୁ କେହି ଯାଇ ପାରିବେ ନାହିଁ କି ଗାଁ ରୁ କେହି ବଜାର ଆସିପାରିବେନି । ଗ୍ରାମରେ ଏଭଳି ସାମାଜିକ ସଚେତନତା କରିବା ପାଇଁ ଯୁବକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଯୁବଗୋଷ୍ଠିଙ୍କ ଏପରି କାର୍ଯ୍ୟକୁ ସଚେତନ ନାଗରିକମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।