ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ରେମୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ରାତିରେ ଡାକ୍ତର ନଥିବାରୁ ଜଣେ ରୋଗୀଙ୍କ କିଛି ସମ୍ପର୍କୀୟ ଡାକ୍ତରଖାନାରେ ଭଙ୍ଗାରୁଜା ସହହସ୍ପିଟାଲର ସମସ୍ତ ପ୍ରବେଶ ପଥରେ ତାଲା ପକାଇ ଦେଇଛନ୍ତି। ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ସୂଚନା ଅନୁଯାୟୀଗତାକାଲି ରାତିରେ ଜଣେ ରୋଗୀର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ମେଡ଼ିକାଲରେ ଡାକ୍ତର ନଥିଲେ। ଫଳରେ ରୋଗୀ ସହିତ ଆସିଥିବା କିଛି ସମ୍ପର୍କୀୟ ମେଡ଼ିକାଲରେ ଭଙ୍ଗାରୁଜା କରିଥିଲେ।
