ହରିଦ୍ୱାର,ଏଜେନ୍ସି: ଯୋଗ ଗୁରୁ ସ୍ୱାମୀ ରାମଦେବ ବାବା ଆଜି ପତଞ୍ଜଳି ଗ୍ରୁପର ୨୦୨୫ ସୁଦ୍ଧା ବାର୍ଷିକ ଆୟ ୨୫ ହଜାର କୋଟି ଟଙ୍କା କରିବାକୁ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି କି ଯୋଗ ଓ ଆୟୁର୍ବେଦରେ ଯେଉଁ ରିସର୍ଚ୍ଚ ରାଜ୍ୟ ସରକାର କରିନାହାନ୍ତି ପତଞ୍ଜଳି ତାହା କରିଛି। ଏଥିସହ ସେ କହିଛନ୍ତି କି ପତଞ୍ଜଳି ଏକ ବ୍ରାଣ୍ଡ ନୁହେଁ ଏକ ଆନ୍ଦୋଳନ। ଆମେ ୫ ବର୍ଷରେ ୫ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇଛୁ ଏବଂ ଆଗାମୀ ୫ ବର୍ଷରେ ଆଉ ୫ ଲକ୍ଷ ଲୋକଙ୍କୁ ରୋଜଗାର ଦେବୁ।
ଆଜି ପତଞ୍ଜଳି ଆତ୍ମନିର୍ଭର ଭାରତ ପାଇଁ ଏକ ପ୍ରେରଣା ସୃଷ୍ଟି କରିଛି। ଏଥିସହ ପତଞ୍ଜଳି ୟୁନିଲିଭରକୁ ଛାଡ଼ି ଅନ୍ୟ ବିଦେଶୀ କମ୍ପାନୀଗୁଡ଼ିକୁ ପଛରେ ପକାଇ ଦେଶ ସେବାର ଏନ ନୂତନ ଉଦାହରଣ ସୃଷ୍ଟି କରିଛି।
ଏଥିସହ ବାବା ରାମଦେବ କହିଛନ୍ତି କି ଭାରତରେ ଅନେକ ଲୋକଙ୍କଠାରେ ଭିନ୍ନ ଭିନ୍ନ ପ୍ରକାରର ଭିଟାମିନ ଅଭାବ ରହିଛି। ଏହାକୁ ଲକ୍ଷ କରି ଆମେ ଆୟୁର୍ବେଦ ସାହାଯ୍ୟରେ ଏହି ସବୁ ଭିଟାମିନ ଉପଲବ୍ଧ କରାଇଛୁ।