ବଣମହୁଲଡିହା ଓ କାଳୀଘାଇ ଗ୍ରାମରେ ହାତୀ ଉପଦ୍ରବ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତୋଣ୍ଡ ବିଟ୍ ଅଧୀନ ବଣମହୁଲଡିହା ଓ କାଳୀଘାଇ ଗ୍ରାମରେ ଗୁରୁବାର ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ବଣମହୁଲଡିହା ଗ୍ରାମର ପ୍ରମୋଦ ମହାନ୍ତ , ଗୁରୁଚରଣ ମୁଣ୍ଡା, ଶ୍ରୀପତି ମହାନ୍ତ, ଦାଶରଥି ମହାନ୍ତ ଏବଂ କାଳିଘାଇ ଗ୍ରାମର ସୂର୍ଯ୍ୟମଣି ନାୟକଙ୍କ ଜମିରେ ଧାନଗଛ ଖାଇବା ସହ ଦଳିଚକଟି ବ୍ୟାପଟ ଫସଲ ନଷ୍ଟ କରିଛନ୍ତି। ଏହି ହାତୀପଲରେ ଦୁଇରୁ ତିନୋଟି ହାତୀଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।  କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବାସହିତ ଖୁବ ଶୀଘ୍ର ହାତୀପଲଙ୍କୁ ଘଉଡାଇବା ପାଇଁ ସାଧାରଣରେ ଦାବି ହୋଇଛି।