ଲକଡାଉନର ସୁଯୋଗ ଚଢାଦରରେ ବିକ୍ରି ହେଉଥିଲା ମଦ: ଚଢ଼ଉ କଲା ପୁଲିସ

ପାଟଣା, ଏନ ଏନ ଏସ : ଲକଡାଉନରେ ଥମୁନି ଦେଶୀ ଓ ବିଦେଶୀ ମଦ କାରବାର ।କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ ବେପାରୀ ଙ୍କ କାରବାର। କରୋନା ଦ୍ୱିତୀୟ ଲହର ପାଇଁ  ଲକଡାଉନ ଲାଗିଥିବା ବେଳେ ଚୋରା ମଦ ବେପାରୀଙ୍କର ଚାଲିଛି ପୌଷ ମାସ । ସାଧାରଣ ଲୋକଙ୍କ ପାଇଁ ରୋଜଗାର କମିବାର ଡର ପଶିଥିବା ବେଳେ ଚୋରା ମଦ ବେପାରୀଙ୍କ ପାଇଁ ଖୋଲିଛି ରୋଜଗାର ବାଟ । ଲକଡାଉନର ସୁଯୋଗ ନେଇ ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରି ଆରମ୍ଭ କରିଛନ୍ତି କିଛି ବେପାରୀ । ଲକଡାଉନ୍ କାରଣରୁ ସବୁ ଦୋକାନ ବଜାର ବନ୍ଦ ରହିଛି । ଏଥିରୁ ମଦ କାଉଣ୍ଟର ମଧ୍ୟ ବାଦ୍‌ ପଡିନାହିଁ । କିଛି ଲୋକ ମଦ ପିଇବାକୁ ମଧ୍ୟ ଡହଳ ବିକଳ ହେଉଛନ୍ତି । ଯାହାର ଫାଇଦା ଉଠାଇବା ପାଇଁ କିଛି ଅସାଧୁ ବେପାରୀ ଚୋରା ଚାଲାଣ କରି ଚଢା ଦରରେ ମଦ ବିକ୍ରି  ହେଉଥିବା ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଲିପ୍ସା ନାମକ ଏକ ଢ଼ାବା ରେ ଚଢ଼ାଉ କରି ହଣ୍ଟର କମ୍ପାନୀ ର ୬ ଟି ବିଅର ବୋତଲ ଜବତ କରିଛି ସେହିପରି ଜଗନ୍ନାଥ ନାମକ ଏକ ଢ଼ାବା ରୁ ୫ ଟି ବିଅର ବୋତଲ ଓ ହାତିବାରୀ ନିକଟରେ ଥିବା ମାକାଳୀ ଢ଼ାବା ରେ ଚଢ଼ାଉ କରି ପାଣି ଫିଲଟର ଭିତରେ ରଖିଥିବା ୩ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି ବେଆଇନ ମଦ ଚୋରାକାର ଓ ଚଢ଼ାଦର ରେ ମଦ ବିକ୍ରି ଅଭିଯୋଗ ରେ ତିନି ଢ଼ାବା ନାମରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶୁସାନ୍ତ ମଣି ମହାନ୍ତି ସୂଚନା ଦେଇଛନ୍ତି ।