ଇଟା ଭାଟିରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା: ଦ୍ୱିତୀୟ ସ୍ୱାମୀ ଗିରଫ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ବାଉଁଶନାଳି ଗ୍ରାମରେ ଇଟା ଭାଟି ଭିତରୁ ମହିଳା ଚମ୍ପା ମୁଣ୍ଡାଙ୍କ ଗଳିତ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପାଟଣା ପୁଲିସ। ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦ୍ୱିତୀୟ ସ୍ୱାମୀ ବଗାନ ପୂର୍ତ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚମ୍ପା ମୁଣ୍ଡା ପୂର୍ବରୁ ବାଉଁଶନାଳି ଗ୍ରାମର କାଟେ ମୁଣ୍ଡାଙ୍କୁ ବିବାହ କରିଥିବା ବେଳେ ପ୍ରଥମ ସ୍ୱାମୀର ମୃତ୍ୟୁ ପରେ ସେ ଖଡିବେଡା ଗ୍ରାମର ବଗାନ୍ ମୁଣ୍ଡାଙ୍କୁ ବିବାହ କରିଥିଲେ।

କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ବଗାନ୍ ଓ ପ୍ରମିଳାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡାକ୍ରମେ ଉଗ୍ରରୂପ ନେବାରୁ ଚମ୍ପା ତାଙ୍କ ସ୍ୱାମୀ ବଗାନଙ୍କୁ ମାଡ଼ ମାରିଥିଲା । ଫଳରେ ବଗାନ୍ ଉତକ୍ଷିପ୍ତ ହୋଇ ପ୍ରମିଳାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଇଟା ଭାଟି ଭିତରେ ମୃତଦେହକୁ ପକାଇ ଦେଇଥିଲା। ପୁଲିସ ତଦନ୍ତ କରି ଅଭିଯୁକ୍ତ ବଗାନ୍ ମୁଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।