ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହି ବସ୍‌: ୧୬ ମୃତ୍ୟୁ, ୩୫ ଗୁରୁତର

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରୁ ବିହାର ଯାଉଥିବା ଏକ ସ୍ଲିପର ବସ୍‌ ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସଓ୍ୱେରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଏକ ଟ୍ରକକୁ ଧକ୍କା ଦେଇଥିବା ବେଳେ ଏଥିରେ ୧୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ୩୫ରୁ ଅଧିକ ଗୁରୁତର ଆହତ ହୋଇଛି। ସେଠାରୁ ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହି ସମୟରେ ବସରେ ୯୦ ଲୋକ ଯାତ୍ରା କରୁଥିଲେ ।

ସୂଚନାମୁତାବକ, ଯେତେବେଳେ ବସ୍‌ଟି ହାଇଓ୍ୱେ ଭଦାବ ଗାଁ ନିକଟରେ ପହଞ୍ଚିଥିଲା ସେତେବେଳେ ନିୟନ୍ତ୍ରଣ ହରାଇ ଏକ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଇଥିଲା । ଶଦ୍ଧ ଶୁଣି ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିବା ସହ ପୋଲିସ୍‌କୁ ଖବର ଦେଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ଘଟଣାରେ ଦୁଃଖ ବ୍ୟକ୍ତ କରିବା ସହ ଦୁର୍ଘଟଣାସ୍ଥଳକୁ ଡିଏମ ଓ ଏସପିଙ୍କୁ ପଠାଇଛନ୍ତି ଓ ଉଦ୍ଧାର କାର୍ୟ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।