କୋରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ମଲେଣି ୧୩୬୧, ୬୦ହଜାରୁ ଅଧିକ ଆକ୍ରାନ୍ତ

ବେଇଜିଂ,ଏଜେନ୍ସି: ‘କରୋନା’ ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ବିଶେଷ କରି ଚୀନରେ ଏହା ପୂର୍ବ ତୁଳନାରେ ଅଧିକ ପ୍ରାଣଘାତୀ ସାଜୁଛି। ଫଳସ୍ୱରୂପ ‘କରୋନା’ ଯୋଗୁଁ ଗୋଟିଏ ଦିନରେ ୨୪୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ। ଏହି ପରିପ୍ରେକ୍ଷୀରେ ଗୁରୁବାର ସୁଦ୍ଧା ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୧୩୬୧ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଛୁଇଁଛି ବୋଲି ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚୀନର ହୁୱେଇ ପ୍ରଦେଶରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ନୂଆ ୧୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି।