ମଥୁରାରୁ ଫେରୁଥିବା ବେଳେ ଦୁର୍ଘଟଣା: ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ୩ ଜୀବନ୍ତ ଦଗ୍ଧ

ମଥୁରା,ଏଜେନ୍ସି: ମଥୁରାରୁ ଇନ୍ଦୋରକୁ ଯାଉଥିବା ଏକ ଛୋଟ ଯାତ୍ରୀବାହୀ ବସ୍ ସହ ଗୁନା ଜିଲ୍ଲାର ବିନାନଗଞ୍ଜ ନିକଟରେ ଏକ କଣ୍ଟେର ଗାଡ଼ି ଧକ୍କା ହେବା କାରଣରୁ ଗାଡ଼ିରେ ନିଆଁ ଲାଗିଯାଇଛି। ଏହି କାରଣରୁ ଘଟଣା ସ୍ଥଳରେ ୩ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି, ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଯାଇଛି।

କେବଳ ଏତିକି ନୁହେଁ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତିରେ ଏକ ଟ୍ରାଭେଲର୍ସ ବସ୍ ଇନଦୋର ଅଞ୍ଚଳ ଆଡ଼କୁ ଯାଉଥିବା ସମୟରେ ଗୁନା ଜିଲ୍ଲାର ବିନାନଗଞ୍ଜ ନିକଟରେ ଏକ କଣ୍ଟେର ସହ ଧକ୍କା ହୋଇଥିଲା।

ଗାଡ଼ି ମଧ୍ୟରେ ଯାତ୍ରୀମାନଙ୍କ ମଧ୍ୟରେ ଇନ୍ଦୋରର କିଛି ଲୋକ ଦୀପାବଳିରେ ମଥୁରା ପରିଦର୍ଶନ କରିବା ପରେ ଫେରୁଥିଲେ।

ଘଟଣାସ୍ଥଳରେ ବସରେ ନିଆଁ ଲାଗିଯାଇଥିଲା। ବସରେ ଥିବା ୧୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ କେତେକଙ୍କ ଅବସ୍ଥା ମଧ୍ୟ ଗୁରୁତର ହେବା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ସେମାନଙ୍କ ମୃତକଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ।