ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବେଲପାହାଡ ଇଂଲିଶ ମିଡିୟମ ସ୍କୁଲର ୨୦୨୦-୨୧ ଶିକ୍ଷା ବର୍ଷରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଫି ଛାଡ କରିବା ପାଇଁ ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି। ସେମାନେ କହିଛନ୍ତି ଚଳିତବର୍ଷ କରୋନା କଟକଣା ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଛି। ଫଳରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଉନାହାଁନ୍ତି କି ଏସି କମ୍ପ୍ୟୁଟର ବ୍ୟବହାର କରୁ ନାହାଁନ୍ତି। ତେଣୁ ସେମାନଙ୍କର ଏସି ଫି, ଡିଜିଟାଲ ଫି, କମ୍ପ୍ୟୁଟର ଫି, ଆନୁଆଲ ଆଡମିଷ୍ଟେଟିଭ ଫି ଆଦିକୁ ଛାଡ କରାଯାଉ। ଏହି କରୋନା ମହାମାରୀ ସମୟରେ ପ୍ରତ୍ୟେକ ଅଭିବାକଙ୍କ ଅର୍ଥାଭାବ ଦେଖାଦେଇଛି। ହେଲେ ମଧ୍ୟ ସେମାନେ କଷ୍ଟେମଷ୍ଟେ ନିଜ ପିଲା ଛୁଆଙ୍କୁ ଅନ ଲାଇନ କ୍ଲାସ ପାଇଁ ମୋବାଇଲ, କମ୍ପ୍ୟୁଟର, ଇଣ୍ଟରନେଟ ଆଦି ଯୋଗାଇଛନ୍ତି। ତେଣୁ ବିଦ୍ୟାଳୟ ପକ୍ଷରୁ ନିଆଯାଉଥିବା ଟିଉସନ ଫି’କୁ ୫୦ ପ୍ରତିଶତ କମାଇବା ସହ ଅନ୍ୟ ସମସ୍ତ ଫି ଛାଡ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି।