ଝାରସୁଗଡା,ଏନ୍ଏନ୍ଏସ୍: ଝାରସୁଗଡା ଜିଲ୍ଲା ଲଖନପୁର ବ୍ଲକ୍ ତହସିଲ ଅଫିସ ସମ୍ମୁଖରେ ପଞ୍ଚାୟତ ରାଜ ବିଭାଗର ଆଶିଷ୍ଟାଣ୍ଟ ଇଞ୍ଜିନିଅରଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି।
ଡ୍ରାଇଭର ଜଣଙ୍କ ମଦ ପିଇ ଗାଡି ଚଳାଉ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ଦେବେନ୍ଦ୍ର କରାଳି ସହକାରୀ ଯନ୍ତ୍ରୀ ହରିବନ୍ଧୁ ସାହୁଙ୍କୁ ଆଣିବା ପାଇଁ କାର୍ୟ୍ୟଳକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି।
ସୂଚନା ପାଇ ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ନେଇ ଚିକିତ୍ସା କରାଇବା ପରେ ସେ ମଦ ପିଇ ଗାଡି ଚଳାଉ ଥିବାରୁ ତାକୁ ଗିରଫ କରିଛି। ଏହା ସହ ଡାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।