ରଥଯାତ୍ରାରେ ଫ୍ରେଣ୍ଡସ ଗ୍ରୁପ ତରଫରୁ ପଣା ବଣ୍ଟନ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌:କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସମସ୍ତଙ୍କଠାରୁ ନିରପେକ୍ଷଭାବେ ବେଶ ପରିଚିତ “ଫ୍ରେଣ୍ଡସ ଗ୍ରୁପ’ ତରଫରୁ ମା ‘ପାଟଖଣ୍ଡାଙ୍କ ମନ୍ଦିର ସମ୍ମୁଖରେ ରଥଯାତ୍ରା ଉପଲକ୍ଷେ ଦହି ଚହ୍ଲା ପଣା ବଣ୍ଟନ କରାଯାଇଛି । ପ୍ରବଳ ଖରା ଓ ଗରମ ଯୋଗୁ ତୃଷାର୍ତ୍ତ ଭକ୍ତଙ୍କ ପାଇଁ ଗ୍ରୁପ ତରଫରୁ ଏକ ଭିନ୍ନ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ପ୍ରତ୍ୟେକ ପୂଜା ପାର୍ବଣରେ ଗ୍ରୁପର ଏଭଳି ସାମାଜିକ କାର୍ଯ୍ୟକ୍ରମ ସହ ୨୦୧୭ ମସିହାଠାରୁ ଦୀର୍ଘ ୬ ବର୍ଷ ଧରି ନିରବଛିନ୍ନ ଭାବେ ସବୁଠୁ ନିଆରା ଭାବେ ଗଣେଷ ପୂଜା ପାଳନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଚଳିତ ବର୍ଷ ମଧ୍ୟ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ଗ୍ରୁପର ରାକେଶ ପାତ୍ର, ପ୍ରଭାକର ପାତ୍ର, ମନୋଜ ପ୍ରଧାନ, ସି ଏଚ ଆଶିଷ ପାତ୍ର, ଶିବା ପାତ୍ର, ସନ୍ୟାସୀ ସିଅ, ପ୍ରେମାନନ୍ଦ ପାତ୍ର, ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।