ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସେନାର ଜଣେ ଯବାନ ସହିଦ, ୨ ଆହତ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଥିବା ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଅଧିକାରୀ ସମେତ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଜାମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ରିପୋର୍ଟ ଅନୁସାରେ ପାକିସ୍ତାନର ସେନା ମଙ୍ଗଳବାର ଅପରାହ୍ଣରେ ଅସ୍ତ୍ରବିତରତି ଉଲ୍ଲଂଘନ କରିଥିଲା। ମୋର୍ଟାର ଓ ବନ୍ଧୁକ ଦ୍ୱାରା ସେ ଭାରତୀୟ ସୀମାକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲା। ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖାର ସୁନ୍ଦରବେଣୀ ସେକ୍ଟରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା।