ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଆଜି ୧୪ ଦିନରେ ପହଂଚିଛି । ଏଭଳିି ସ୍ଥିତିକୁ ଦୃଷ୍ଟିରେ ରଖି ସବୁ ଦେଶ ନିଜ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଲାଇଛନ୍ତି । ଭାରତ ମଧ୍ୟ ଅପରେସନ ଗଙ୍ଗା ଜରିଆରେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକଙ୍କୁ କାଢ଼ିଛି । ଆଉ ଏବେ ପାକିସ୍ତାନୀ ମହିଳା ତାଙ୍କୁ ୟୁକ୍ରେନରୁ ସୁରକ୍ଷିତ ଭାବେ କାଢ଼ିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମ୍ପୃକ୍ତ ମହିଳାଙ୍କ ଏକ ଭିଡିଓକୁ ସାମ୍ନାକୁ ଆସିଛି ।
ଉକ୍ତ ଭିଡିଓରେ ମହିଳା ଜଣକ କହିଛନ୍ତି ଯେ, ମୋ ନାମ ଅସ୍ମା ଶରୀଫ । ମୋତେ ସୁରକ୍ଷିତ ଭାବେ ବାହାର କରିଥିବାରୁ ମୁଁ କିଭରେ ଥିବା ଭାରତୀୟ ଦୂତବାସଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଖରାପ ସ୍ଥିତିରେ ସେଠାରେ ଫସି ଯାଇଥିଲି ଏବଂ ଭାରତୀୟ ଅଧିକାରୀ ସାହାଯ୍ୟ କରି ମୋତେ ସେଠାରୁ କାଢ଼ିଥିଲେ ।