ଗହମ କିଲୋ ଆକାଶ ଛୁଆଁ, ଋଷ ଆଗରେ ହାତ ପତାଉଛି ପାକିସ୍ତାନ

ନୂଆଦିଲ୍ଲୀ,ଏଜେନ୍ସି: ପଡୋଶୀ ଦେଶ ପାକିସ୍ତାନରେ ଏବେ ଖାଦ୍ୟାଭାବ ଦେଖାଦେଇଛି। ନିତ୍ୟବ୍ୟବହାର ଜିନିଷ ଦର ଆକାଶ ଛୁଆଁ। ପାକିସ୍ତାନରେ ଗହମ କେଜି ୬୦ ଟଙ୍କାରେ ପହଞ୍ଚିଲାଣି।  ସରକାର ଦର ଉପରେ ନିୟନ୍ତ୍ରଣ ରଖିପାରୁନାହାଁନ୍ତି। ପାକିସ୍ତାନ ମିଡିଆ ରିପୋର୍ଟ ଅନୁସାରେ, ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ଏପରି ପରିସ୍ଥିତି ଉତ୍ପନ୍ନ ହୋଇଥିଲା। ଆଗକୁ ଆହୁରି ପରିସ୍ଥିତି ଖରାପ ହୋଇପାରେ। ଦରବୃଦ୍ଧି ପରେ ପାକିସ୍ତାନ ବୀହନ ଆସୋସିଏସନ ସରକାରଙ୍କୁ ଫଣ୍ଡ ଦାବି କରିଛନ୍ତି। ଯାହାଦ୍ୱାରାକି ସମୟ ଉପରେ ଫସଲ ଉତ୍ପାଦନ ହୋଇପାରିବ ଏବଂ ଦରଦାମ କମ ହୋଇପାରିବ। ଅନ୍ୟପକ୍ଷରେ ପାକିସ୍ତାନ ସରକାର ଏବେ ଋଷ ଠାରୁ ଗହମ ଏକ୍ସପୋର୍ଟ କରୁଛି। ପ୍ରତିମାସରେ ପାଖାପାଖି ୨ଲକ୍ଷ୍ୟ ମେଟ୍ରିକ ଟନ ଗହମ ଏକ୍ସପୋର୍ଟ ହେବାନେଇ ଯୋଜନା ରହିଛି। ସେହିଭଳି ରୁଟି, ଗହମ, ଚିନି ଓ ଚିକେନ ର ଦାମ ଫିକ୍ସ କରିବା ପାଇଁ ବିଭିନ୍ନ ସଂଘ ପ୍ରଧାନମନ୍ତ୍ରୀ ଇମ୍ରାନଖାନଙ୍କୁ ପ୍ରସ୍ତାବ ପଠାଇବେ ବୋଲି ସ୍ଥିର କରିଥିବା ଜଣାପଡ଼ିଛି। ଚାଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ବୀହନ ପହଞ୍ଚାଇବା ପାଇଁ ମଧ୍ୟ ଦାବି କରାଯାଇଛି।