ମୋଦୀଙ୍କ ଚିଠିର ଜବାବ ପଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠିର ଉତ୍ତର ପଠାଇଛନ୍ତି। ସୂଚନା ମୁତାବକ, ନିଜ ପତ୍ରରେ ଶହବାଜ ଉଭୟ ଦେଶ ମଧ୍ୟରେ ଶାନ୍ତି ଓ ସହଯୋଗ ବଢ଼ାଇବା ଉପରେ ଜୋର ଦେଇଛନ୍ତି । ଏଥିସହିତ ସାମାଜିକ ଓ ଆର୍ଥିକ ବିକାଶ ଉପରେ ମଧ୍ୟ ଜୋର ଦେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଶହବାଜ ସରିଫ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ପଦଭାର ସମ୍ଭାଳିବା ପରେ ମୋଦୀ ଚିଠି ଲେଖିଥିଲେ । ଏଥିରେ ମୋଦୀ ଶୁଭେଚ୍ଛା ଜଣାଇବା ସହ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରେରିତ କରିଥିଲେ ।