ପାକିସ୍ତାନ ଟିମକୁ ସରକାରଙ୍କ ପାଖରୁ ମିଳିନି ୱାର୍ଲ୍ଡକପ ଖେଳାବାର ଅନୁମତି

ନୂଆଦିଲ୍ଲୀ: ୱାର୍ଲ୍ଡକପ ୨୦୨୩ ଭାରତରେ ଅକ୍ଟୋବର ୫ରୁ ଆରମ୍ଭ ହେବ । କିନ୍ତୁ ପାକିସ୍ତାନ କ୍ରିକେଟ ଟିମକୁ ବର୍ତ୍ତମାନ ସୁଦ୍ଧା ତାଙ୍କ ସରକାରଙ୍କ ତରଫରୁ ଭାରତ ଆସିବାକୁ ନେଇ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ । ଇତିମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ୱାର୍ଲ୍ଡକପ୍ ଭେନ୍ୟୁ ଯାଞ୍ଚ ପାଇଁ ସିକ୍ୟୁରିଟି ଟିମ୍ ପଠାଇପାରେ । ଭେନ୍ୟୁ ଯାଞ୍ଚ ପାଇଁ ସିକ୍ୟୁରିଟି ଟିମ୍ ପଠାଇବା ପ୍ରକ୍ରିୟାର ଏକ ଅଂଶ ।

ପିସିବିର ଜଣେ ପ୍ରବକ୍ତା କହିଛନ୍ତି ଯେ, ମ୍ୟାଚ୍ ଭେନ୍ୟୁ ସହ ବୋର୍ଡକୁ କୌଣସି ଭାରତ ଯାତ୍ରା ପାଇଁ ପାକିସ୍ତାନ ସରକାରର ଆବଶ୍ୟକତା ପଡ଼ିଥାଏ । ଆମେ ମାର୍ଗଦର୍ଶନ ପାଇଁ ଆମ ସରକାରଙ୍କ ସହ ସମ୍ପର୍କ କରୁଛୁ । ଆମେ ତାଙ୍କ ପାଖରୁ କୌଣସି ସୂଚନା ପାଇଲେ ଇଭେଣ୍ଟ ଅଥୋରିଟିକୁ ସମସ୍ତ ତଥ୍ୟ ପ୍ରଦାନ କରିବୁ ।

ସୂଚନାଯୋଗ୍ୟ, ପାକିସ୍ତାନ ଟିମ୍ ମୋଟ ୫ଟି ଭେନ୍ୟୁରେ ଖେଳିବ । ଏଥିରେ ଅହମ୍ମଦାବାଦ, ଚେନ୍ନାଇ, ବାଙ୍ଗାଲୋର, କୋଲକାତା ଓ ହାଇଦ୍ରାବାଦ ସାମିଲ ରହିଛି ।