ଭାଙ୍ଗିଲା ୨୯ ବର୍ଷର ପରମ୍ପରା, ପାକିସ୍ତାନଠୁ ବିଶ୍ୱବକପରେ ପ୍ରଥମ ଥର ହାରିଲା ଭାରତ

ଦୁବାଇ,ଏଜେନ୍ସି: ବିଶ୍ୱକପରେ ପାକିସ୍ତାନ ଠାରୁ ଭାରତକୁ ହାରିବାକୁ ପଡ଼ିଛି। ୧୯୯୨ ମସିହାରେ ୫୦ ଓଭର ବିଶ୍ୱକପରେ ଭାରତ ଓ ପାକିସ୍ତାନ ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ। ସେହି ଦିନ ଠାରୁ ରବିବାର (୨୦୨୧ ଅକ୍ଟୋବର ୨୪) ଯାଏଁ) ପୂର୍ବରୁ ମୋଟ ୧୨ ଥର (୭ଥର ୫୦ ଓଭର ବିଶ୍ୱକପ ଓ ୫ଥର ୨୦ ଓଭର ବିଶ୍ୱକପ)ରେ ପାକିସ୍ତାନକୁ ଭାରତ ପରାସ୍ତ କରିଥିଲା। କିନ୍ତୁ ରବିବାର ହୋଇଥିବା ମୁକାବିଲାରେ ଏହି ବିଜୟ ପରମ୍ପରା ଭାଙ୍ଗିଯାଇଥିଲା। ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ହାରିବାରେ ପ୍ରଥମ ଭାରତୀୟ ଅଧିନାୟକ ହୋଇଯାଇଛନ୍ତି। ପାକିସ୍ତାନ ସାମ୍ନରେ ବିଜୟ ଲକ୍ଷ୍ୟ ୧୫୨ ରନ୍‌ ଥିଲା, ଯାହାକୁ କି ଦଳ ୧୭.୫ ଓଭରରେ କ‌ୌଣସି ୱିକେଟ ନ ହରାଇ ହାସଲ କରିନେଇଥିଲା।

ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ ଓ ବୋଲିଂରେ ବିପରୀତ ଅନୁକୁଳ ଯୋଗୁଁ ଭାରତ ୧୦ ୱିକେଟରେ ପାକିସ୍ତାନ ଠାରୁ ହାରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ଟି ୱିକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲା। ଭାରତର ଇନିଂସରେ ବିରାଟ କୋହଲି ସର୍ବାଧିକ ୫୭ ରନ୍‌ ସଂଗ୍ରହ କରିଥିଲେ। ଋଷଭ ପନ୍ତ ୩୯ ରନ୍‌ କରିଥିଲେ। କିନ୍ତୁ ଅନ୍ୟ ଖେଳାଳିମାନଙ୍କର ବ୍ୟାଟ ନୀରବ ରହିଯାଇଥିଲା। ବୋଲିଂରେ ମଧ୍ୟ ଭାରତୀୟ ବୋଲରମାନେ ସଫଳତା ହାସଲ କରିପାରି ନଥିଲେ।

ଭାରତ ବିଶ୍ବକପ (ଦିନିକିଆ ଓ ଟି-୨୦)ରେ ୧୯୯୨ ପରେ ଏହି ମ୍ୟାଚ ପୂର୍ବ ପର୍ଯ୍ୟନ୍ତ ସମସ୍ତ ୧୨ଟିରେ ବିଜୟ ହାସଲ କରିଥିଲା। କିନ୍ତୁ ଶାହୀନ ଶାହ ଆଫ୍ରୀଦୀ (୩୧ ରନ ଦେଇ ୩ଟି ୱିକେଟ)ଙ୍କ ନେତୃତ୍ବରେ ପାକିସ୍ତାନ ବୋଲର ସାମ୍ନାରେ ଭାରତ ଦମଦାର ବ୍ୟାଟିଂ କରିପାରି ନଥିଲା। ପରେ ଅଧିନାୟକ ବାବର ଆଜମ (୫୨ ବଲ, ଅପରାଜିତ ୬୮ ରନ୍‌, ୬ଟି ଚୌକା, ୨ ଛକା) ଓ ମହମ୍ମଦ ରିଜୱାନ (୫୫ବଲ, ଅପରାଜିତ ୭୮ ରନ, ୬ଚୌକା, ୩ଛକା) ପ୍ରଥମ ୱିକେଟ ପାଇଁ ଅତୁଟ ଶତକୀୟ ଇନିଂସ ବଳରେ ଦଳକୁ ଜିତାଇଥିଲେ।