ସତ କହିବାର ମୂଲ୍ୟ ଦେଇଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସରକାରୀ ବଙ୍ଗଳା ୧୨ ତୁଗଲକ ଲେନ ଖାଲି କରିଦେଇଛନ୍ତି । ଏହି ସମୟରେ ରାହୁଲଙ୍କ ସହ ତାଙ୍କ ଉଭଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଶେଷର ରାହୁଲ ସେଠାରେ ଉପସ୍ଥିତ ଥିବା ସରକାରୀ ଅଧିକାରୀଙ୍କ ସହ ହାତ ମିଳାଇବା ସହ ତାଙ୍କୁ ଚାବି ହସ୍ତାନ୍ତର କରିଥିଲେ । ବଙ୍ଗଳା ଖାଲି କରିବା ପରେ ମିଡିଆକୁ ରାହୁଲ କହିଛନ୍ତି ଯେ, ମୁଁ ସତ କହିବାର ମୂଲ୍ୟ ଦେଇଛି । ମୁଁ ଆଗକୁ ବି ସତ କହି ମୂଲ୍ୟ ଦେବା ପାଇଁ ପ୍ରସ୍ତୁତ ଅଛି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ମୁଁ ଆଉ ଏହି ଘରେ ରହିବାକୁ ଚାହୁଁନି । କାରଣ ମୋତେ ଏହି ଘର ଭାରତୀୟ ଜନତା ଦେଇଥିଲେ । ମୁଁ ଏବେ ୧୦ ଜନପଥରେ ରହିବି । ଦରବୃଦ୍ଧି ଓ ବେରୋଜଗାରୀ ପ୍ରସଙ୍ଗ ଉଠାଉଥିବି ।

ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି ଯେ, ମୋ ଭାଇ ଯାହା କହିଛି ଠିକ୍ କହିଛି । ସରକାର ବିରୋଧରେ କହିବାରୁ ସଜା ମିଳିଛି । ଲଢ଼େଇ ଜାରି ରହିବ ।