ସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୁଜାରୀ

କୋରାପୁଟ,ଏନ୍ଏନ୍ଏସ୍: ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ। ସୂଚନା ଅନୁସାରେ ପଦ୍ମଶ୍ରୀ ପୁଜାରୀଙ୍କୁ ଉଚ୍ଚ ରକ୍ତଚାପ ସହ ଅନ୍ୟାନ୍ୟ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଥିବାରୁ ସେ ୫ଦିନ ହେବ ଜୟପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ସେଠାରେ ତାଙ୍କର ସ୍ୱାସ୍ୱ୍ୟବସ୍ଥାରେ କୌଣସି ସୁଧାର ନଆସିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ କମଳାଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ କମଳାଙ୍କୁ ଏକ ସ୍ୱତନ୍ତ୍ର କେବିନରେ ରଖାଯାଇ ଚିକିତ୍ସା କରାଯାଉଥିବାବେଳେ ବୁଧବାର ପୂର୍ବାହ୍ନରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା। ତେବେ ଆଜି ସେ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି। ତେବେ ଗତକାଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ମେଡିକାଲ କଲେକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।