କୁଆଁପାଳ,ଏନ୍ଏନ୍ଏସ୍: ୟସ୍ ଉଇ କ୍ୟାନ୍ ସଂଗଠନ ତରଫରୁ ପଦ୍ମଶ୍ରୀ ଡ. ରଜତ କୁମାର କରଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଡ. ରଜତ୍ କୁମାର କର ଏକାଧାରାରେ ଜଣେ ନାଟ୍ୟକାର, କବି, ପ୍ରାବନ୍ଧିକ, ସଂକଳନ, ସଂସ୍କୃତ ଗବେଷକ। ଏହାସହ ରୀତି ଓ ଭଞ୍ଜ ସାହିତ୍ୟର ପ୍ରସିଦ୍ଧ ବକ୍ତା ଭାବରେ ଓଡିଆ ସାହିତ୍ୟର ପାଠକମାନଙ୍କ ନିକଟରେ ଆଦୃତ ହୋଇଛନ୍ତି। ଘୋଷ ଯାତ୍ରାର ଜଣେ ଅନନ୍ୟ ଉଦଘୋଷକ ଭାବରେ ସେ ଜଣାଶୁଣା। ତାଙ୍କର ଓଡିଆ, ସଂସ୍କୃତ ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରଚଣ୍ଡ ଦକ୍ଷତା ରହିଛି। ମାହାଙ୍ଗା ମାଟିର ଜଣେ ଯୋଗ୍ୟ ସନ୍ତାନ ଭାବେ ସେ ଗୌରବ ଅର୍ଜନ କରିଛନ୍ତି। ସଂଗଠନର ସଭାପତି ସତ୍ୟଜିତ୍ ବିଶ୍ୱାଳ, ଉପସଭାପତି ପ୍ରଦୀପ୍ତ କୁମାର ନାଥଶର୍ମା, ସମ୍ପାଦକ ସୁବାସ ମହାନ୍ତି, ଉମାକାନ୍ତ ସାମଲ, ପ୍ରକାଶ ପ୍ରଧାନ, ହିଂମାଶୁ ରାଉତରାୟ, ଜଗବନ୍ଧୁ ଗୋଚ୍ଛାୟତ, ବିଚିତ୍ରାନନ୍ଦ ବିଶ୍ୱାଳ, ବିଶ୍ୱଭୂଷଣ ପ୍ରଧାନ, ମାନସ ନାଥଶର୍ମା, ଶକ୍ତି ପ୍ରସାଦ ପ୍ରଧାନ, ବିଧାନ ଚନ୍ଦ୍ର ପ୍ରଧାନ, ଅବଦୁଲ ହାସନ୍, ଅଶୋକ କୁମାର ନାଥଶର୍ମା, ସତ୍ୟରଞ୍ଜନ ମହାନ୍ତି ପ୍ରମୁଖ ପଦ୍ମଶ୍ରୀ ଡ. ରଜତ୍ କୁମାର କରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।