Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ବୈଷୟିକ ସମାରୋହ, ପଦ୍ମଭୂଷଣ କମଲ ହାସନଙ୍କୁ ମିଳିଲା ଡକ୍ଟରେଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ବୈଷୟିକ ସମାରୋହ, ପଦ୍ମଭୂଷଣ କମଲ ହାସନଙ୍କୁ ମିଳିଲା ଡକ୍ଟରେଟ

ଜଟଣୀ,ଏନ୍ଏନ୍ଏସ୍: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ବୈଷୟିକ ସମାରୋହ ଅବସରରେ ବଲିଉଡ୍ର ବର୍ଷିୟାନ ଅଭିନେତା ତଥା ପଦ୍ମଭୂଷଣ ଶ୍ରୀ କମଲ ହାସନଙ୍କୁ ସମ୍ମାନସୂଚକ ଡକ୍ଟୋରେଟ ଉପାଧି ପ୍ରଦାନ କରାଯାଇଛି। ଏହାକୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଆର୍ଯ୍ୟଭଟ ବିଲଡିଂରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ହାସନ୍ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନୟକଙ୍କୁ ଭୂୟସୀ ପ୍ରଶଂସା କରି କହିଥିଲେ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ପ୍ରଖ୍ୟାତ ରାଜନେତା। ମୁଁ ତାଙ୍କଠାରୁ ରାଜନୀତି ଶିକ୍ଷା କରିବା ପାଇଁ ଓଡ଼ିଶାକୁ ଆସିଛି। ଏଥି ସହିତ ଜଟଣୀ ସହରରେ ଥିବା ଉକ୍ତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ସମସ୍ତ ବୈଷୟିକ ଶିକ୍ଷା ପ୍ରଦାନ ସହିତ ସିନେମା ସମ୍ପର୍କିତ ଶିକ୍ଷା ଦିଆଯାଉ ବୋଲି ଶ୍ରୀ ହାସନ କହିଥିଲେ।

କାରଣ କାଳେ କାଳେ ଯୁବପିଢ଼ି ସିନେମା ପ୍ରତି ଅଧିକ ଆକୃଷ୍ଠ ହୋଇଥାନ୍ତି। ଏଥିସହିତ ସେଥିରୁ ମଧ୍ୟ ସେମାନେ ଶିକ୍ଷାଲାଭ କରିଥାନ୍ତି। ଗୋଟିଏ ଗୋଟିଏ ସିନେମାରେ ୫୦୦ରୁ ଊଦ୍ଧ୍ୱର୍ ଲୋକ କାର୍ଯ୍ୟକରିଥାନ୍ତି। ଯାହା ଉପରେ ନିର୍ଭର କରି ସେମାନେ ତାଙ୍କ ପରିବାର ପ୍ରତିପୋଷଣ ମଧ୍ୟ କରିପାରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୈଷୟିକ ଛାତ୍ର ଛାତ୍ରୀ, ଫାକଲ୍ଟି, କର୍ମଚାରୀ ପ୍ରଭୃତିଙ୍କୁ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ବୈଷୟିକ ଛାତ୍ରଛାତ୍ରୀଙ୍କ ଜ୍ଞାନ କୌଶଳ ଦ୍ୱାରା ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ପାଇ ନିର୍ମିତ ବିଦ୍ୟୁତ ଟ୍ରାନ୍ସଫର୍ମର ୱାର୍କଶପ୍ ସମ୍ବନ୍ଧରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ହାସନ।

ଏଥି ସହିତ ଇଡ୍କୋ ସହାୟତାରେ ପ୍ରତିଷ୍ଠିତ ଆପାରେଲ ଆଣ୍ଡ ଟେକ୍ସଟାଇଲ ସେଣ୍ଟର ଅଫ୍ ଏକ୍ସେଲେନ୍ସ ସହଯୋଗରେ ପ୍ରତିଷ୍ଠିତ ହସ୍ପିଟାଲିଟି ସେଣ୍ଟର ଅଫ ଏକ୍ସେଲେନ୍ସ ପରିଦର୍ଶନ କରି ଶିକ୍ଷା ଲାଭ କରୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ ସମନ୍ଧରେ ପଚାରି ବୁଝିଥିଲେ। ଏହା ସହିତ ସେମାନେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ଚିତ୍ରକଳାକୁ ଉନ୍ମୋଚନ କରିଥିଲେ। ବିଶ୍ୱ ଦକ୍ଷତା ବିକାଶ ପ୍ରତିଯୋଗିତା-୨୦୨୧ ପାଇଁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ସହିତ ଡିଜିଟାଲ ଇଞ୍ଜିନିୟରିଂ ସେଣ୍ଟରରେ ଡିଜିଟାଲ ପ୍ରଡକ୍ଟ ଡିଜାଇନିଂର ସମୀକ୍ଷା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ରଙ୍କ ସହିତ ବିଶ୍ୱବିଦ୍ୟାଳୟର ସମସ୍ତ ଫାକଲ୍ଟି ମେମ୍ବର, କର୍ମଚାରୀ ଓ ସମସ୍ତ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ବାହାରେ ଦଳର କର୍ମକର୍ତ୍ତାମାନେ ପାଛୋଟି ନେଇଥିଲେ। ବିଜେଡି ଜିଲା ସଭାପତି ବିଭୂତିଭୂଷଣ ବଳବନ୍ତରାୟଙ୍କ ନେତୃତ୍ୱରେ ଶତାଧିକ ଦଳୀୟକର୍ମୀ ଯୋଗ ଦେଇଥିଲେ।