ଗଞ୍ଜେଇ ଚାଷକୁ ନା’: ଶିଳ୍ପସଂସ୍ଥା ପ୍ରସ୍ତାବକୁ ଖାରଜ କଲା ଆଇନ ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଗଞ୍ଜେଇ ଚାଷକୁ ସରକାରୀ ମାନ୍ୟତା ମିଳିନି। ମଙ୍ଗଳବାର ରାଜ୍ୟ ଲୋକସେବା ଭବନରେ ଅବକାରୀ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଗଞ୍ଜେଇ ଚାଷକୁ ଔଷଧୀୟ ଦ୍ରବ୍ୟ ଭାବେ ମାନ୍ୟତା ଦେବା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗଞ୍ଜେଇ ଚାଷକୁ ବିଦ୍ଧିବଦ୍ଧ ଭାବେ ସୀକୃତି ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଅବକାରୀ ସଚିବଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ବୈଠକରେ ଗଞ୍ଜେଇ ଚାଷକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଆଲୋଚନା ପରେ ଅବକାରୀ ସଚିବ ସୁଶୀଲ କୁମାର ଲୋହାନି ଆଇନ ବିଭାଗ ପକ୍ଷରୁ ପ୍ରସ୍ତାବକୁ ଖାରଜ କରିଯାଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗଞ୍ଜେଇର ଅନେକ ଔଷଧୀୟ ଗୁଣ ରହିଥିବା ହେତୁ ଅନେକ ଶିଳ୍ପସଂସ୍ଥା ଏହାକୁ ରାଜ୍ୟରେ ଏହାକୁ ସୀକୃତି ଦେବ ପାଇଁ ଅନୁରୋଧ କରିଥିଲେ, ମାତ୍ର ଗଞ୍ଜେଇ ଚାଷ ନେଇ ଏଭଳି କୌଣସି ପ୍ରବଧାନ ନଥିବା ହେତୁ ଶିଳ୍ପ ସଂସ୍ଥାର ଅନୁମତିକୁ ଖାରଜ କରାଯାଇଛି।

 ସୂଚନାଅନୁଯାୟୀ, ନାର୍କୋଟିକ୍ ଡ୍ରଗସ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନେସ୍ ଆକ୍ଟ ୧୯୮୫ ଅନୁସାରେ ଗଞ୍ଜେଇ ଗଞ୍ଜେଇ ଚାଷ ବେଆଇନ। ରାଜ୍ୟରେ ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ମାତ୍ରାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ୨୦୧୮-୧୯ରେ ୫୩୧୦ ଏକ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଟାର୍ଗେଟ ରଖାଯାଇଥିଲା। ହେଲେ ୧୧ହଜାର ୬୨୭.୨୪୪ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ଚଳିତ ବର୍ଷ ଏନଡିପିଏସ ଆକ୍ଟରେ ୬୫୦ଟି ମାମଲା ରୁଜୁ କରାଯାଇ ୧୦୩୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୩୧୫.୮୯ କିଲୋ ଗଞ୍ଜେଇ ଜବତ କରାଯାଇଛି। ତେବେ ଆଗାମୀ ୨୦୧୯-୨୦ ବର୍ଷ ଲାଗି ୮୦୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯିବାକୁ ସରକାର ନିଷ୍ପତ୍ତି ନିଆଯାଇଛି।