୧୦ଟି ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ନୂତନ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ସରକାର ଦେଶରେ ଶିଳ୍ପ ବିକାଶ ପାଇଁ ୧୦ଟି କ୍ଷେତ୍ରକୁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ୧.୪୬ ଲକ୍ଷ କୋଟି ଟଙ୍କାର ଏକ ନୂତନ ପ୍ୟାକେଜ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୦ଟି କ୍ଷେତ୍ରକୁ ଉତ୍ପାଦନ ଏବଂ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକ୍ଷମତା ପାଇଁ ପାଣ୍ଠି ଯୋଗାଇବେ।

ସେ କହିଛନ୍ତି ଯେ ଏହା ଚାକିରି ସୃଷ୍ଟି କରିବ, ଉଦୀୟମାନ କ୍ଷେତ୍ରକୁ ସମର୍ଥନ କରିବ ଏବଂ ଆତ୍ମନିର୍ଭରଶୀଳ ଭାରତକୁ ପ୍ରୋତ୍ସାହିତ କରିବ। ଏହି ୧୦ଟି କ୍ଷେତ୍ରରେ ଅଗ୍ରୀମ ରସାୟନ ବିଜ୍ଞାନ ସେଲ୍ ବ୍ୟାଟେରୀ (୧୮,୧୦୦ କୋଟି ଟଙ୍କା), ଇଲେକ୍ଟ୍ରୋନିକ୍ ଏବଂ ଟେକ୍ନୋଲୋଜି ପ୍ରୋଜେକ୍ଟ (୫୦୦୦କୋଟି ଟଙ୍କା), ଅଟୋମୋବାଇଲ୍ ଏବଂ ଅଟୋ ଉପାଦାନ (୫୭,୦୪୨କୋଟି ଟଙ୍କା), ଫାର୍ମାସ୍ୟୁଟିକାଲ୍ ଔଷଧ (୧୫,୦୦୦ କୋଟି ଟଙ୍କା), ଟେଲିକମ୍ ଏବଂ ନେଟୱାର୍କିଂ ଅନ୍ତର୍ଭୁକ୍ତ ଉତ୍ପାଦ (୧୨,୧୯୫ କୋଟି), ଟେକ୍ସଟାଇଲ୍ ଉତ୍ପାଦ (୧୦, ୬୮୩ କୋଟି), ଖାଦ୍ୟ ପଦାର୍ଥ (୧୦, ୯୦୦ କୋଟି ଟଙ୍କା), ସୋଲାର ପିଭି ମଡ୍ୟୁଲ୍ (୪୫୦୦ କୋଟି ଟଙ୍କା), ହ୍ବାଇଟ ଗୁଡ୍ସ (୬, ୨୩୮କୋଟି) ଏବଂ ସ୍ପେସିଆଲିଟି ଷ୍ଟିଲ (୬,୩୨୨ କୋଟି) ସାମିଲ ରହିଛି।

ସୂଚନାଯୋଗ୍ୟ ଯେ ଦେଶରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ରପ୍ତାନି ବିଲ୍ ହ୍ରାସ କରିବା ପାଇଁ ସରକାର ଚଳିତ ବର୍ଷ ମାର୍ଚ୍ଚରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା ଘୋଷଣା କରିଥିଲେ। ଏହା ଅଧୀନରେ ଦେଶର କାରଖାନାଗୁଡ଼ିକରେ ଉତ୍ପାଦିତ ସାମଗ୍ରୀର ବିକ୍ରି ବୃଦ୍ଧି ଉପରେ ଆଧାର କରି କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଏହା ଦେଶର ଉତ୍ପାଦନ କ୍ଷେତ୍ରକୁ ଆରାମ ପ୍ରଦାନ କରିବ ଏବଂ ତ୍ୱରାନ୍ୱିତ କରିବ, ଯାହା ଜିଡିପିର ପ୍ରାୟ ୧୬ ପ୍ରତିଶତ ଯୋଡିବ।