ବଢିଲା ବିମାନରେ ଯାତ୍ରୀ ପରିବହନର କ୍ଷମତା ୧୦ ପ୍ରତିଶତ ବୃଦ୍ଧି

ନୂୂଆଦିଲ୍ଲୀ,ଏଜେନ୍ସି: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଯେହେତୁ ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରିତ ଥିବାରୁ ସରକାର ଏହି ନିୟମରେ କିଛିଟା କୋହଳ କରିଛନ୍ତି। ବିମାନରେ ଯାତ୍ରୀ ପରିବହନର କ୍ଷମତାକୁ ବୃଦ୍ଧି କରାଯାଇଛି। ପରିବହନ କ୍ଷମତାରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଯାତ୍ରୀ ପରିବହନ କ୍ଷମତା ୬୦ ପ୍ରତିଶତ ଥିବାବେଳେ ଏହାକୁ ୭୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ତେବେ ପୂର୍ବ ଭଳି ଅନ୍ୟ ସମସ୍ତ ସର୍ତ୍ତାବଳୀ ସମାନ ରହିବ।