ପାରିବାରିକ କଳହରୁ ଟାୱାରକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା

ସଇଁନ୍ତଳା,ବରଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଅନ୍ତଗର୍ତ ଭନ୍ଦ୍ରା ପଞ୍ଚାୟତର ଚିତାମରା ଗ୍ରାମରେ ଆଜି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପାରବାରିକ କଳହରୁ ପରିମଳ କୁମ୍ଭାର(୨୨) ନାମକ ଜଣେ ଯୁବକ ୧୦୦ଫୁଟ ବିଶିଷ୍ଟ ଏକ ବିଦ୍ୟୁତ ଟାୱାର ଖମ୍ବକୁ ଚଢ଼ି ଆତ୍ମହତ୍ୟା କରିଛନ୍ତି। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ପୁଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ପରିମଳଙ୍କର ବାପା ଗରିବ କୁମ୍ଭାର(୫୦) ଓ ମା’ ଗିରିଜା କୁମ୍ଭାର(୪୫)ଙ୍କ ସହ ଦୀର୍ଘ ଦିନ ହେଲା ପାରିପାରିକ କଳହ ଲାଗି ରହିଥିଲା। ଗତକାଲି ପରିମଳଙ୍କ ବାପା ଓ ମା’ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରିମଳ ଏହାକୁ ପ୍ରତିବାଦ କରିବାରୁ ମା’ ସାଙ୍ଗରେ ତୋର ସମ୍ପର୍କ ଅଛି ବୋଲି ବାପା କହିଥିଲେ। ଶେଷରେ ଏହି କଥାକୁ ସହି ନପାରି ପରିମଳ ପାଖରେ ଥିବା ଏକ ଟାୱାର ଖମ୍ବକୁ ଚଢ଼ି ଆତ୍ମହତ୍ୟା କରିଥିଲେ। ଖବର ପାଇ ଆଜି ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ଜଣାପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।