ଭୂସ୍ଖଳନ ଯୋଗୁଁ ୧୦୦ଅଧିକ ଲୋକଙ୍କ ମୃତ୍ୟୁ

ମ୍ୟାଆଁମାର,ଏଜେନ୍ସି: ମ୍ୟାଆଁମାରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ଖଣିରେ ଭୂସ୍ଖଳନ ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ଖବର ମିଳିଛି। ଉତ୍ତର ମ୍ୟାଆଁମାରରେ ଜେଡ-ସମୃଦ୍ଧ ଉପାହାନ୍ତ ଅଞ୍ଚଳରେ ଏହି ହୃଦୟବିଦାରକ ଘଟଣା ଘଟିଛି। ଗୁରୁବାର ୧୦୦ରୁ  ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମାଚାର ଏଜେନ୍ସି ରିପୋର୍ଟ ମୁତାବକ ମ୍ୟାଆଁମାରର ଚୀନ ସୀମା କୋଚିନ ରାଜ୍ୟରେ ପ୍ରବଳବର୍ଷା କାରଣରୁ ଏହି ଭୂସ୍ଖଳନ ହୋଇଥିଲା। ମ୍ୟାଆଁମାର ଅଗ୍ନିଶମ ବିଭାଗର ଫେସବୁକ ପେଜରେ ଏନେଇ ସୂଚନା ଦିଆଯାଇଥିଲା। ଏଥିରେ କୁହାଯାଇଛି କୋଚିନ ରାଜ୍ୟରେ ଜେଡ-ସମୃଦ୍ଧ ଉପାହାନ୍ତ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଖଣିରେ କାମ କରୁଥିବା ଲୋକେ ସେଠାରେ ଦବିଯାଇଥିଲେ ।