ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବର୍ଷିକ ରିପୋର୍ଟ କାର୍ଡ: ୩ଟି ବଡ଼କାମ କରିଛନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ବର୍ଷକର ରିପୋର୍ଟ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ସାଂସଦ ଭାବେ ୩ଟି ବଡକାମ କରିଛି ଏବଂ ଆହୁରି ଅନେକ କାମବାକି ଅଛି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏହି ରିପୋର୍ଟ କାର୍ଡ ୫୬ ପୃଷ୍ଠାର। ଏହି ରିପୋର୍ଟ କାର୍ଡ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରକାଶ ପାଇଛି। ଜନ ଅଭିଯୋଗ ଶୁଣାଣି ଓ ସମାଧାନ ପାଇଁ ସାଂସଦରେ ଗୁରୁତ୍ୱ ଦେଇଛନ୍ତି। ଭରସା ନାମକ ଏକ ଲୋକକଲ୍ୟାଣ ପାଣ୍ଠି କରି ୫ ହଜାର ୫ ଶହ ଅସହାୟ ଲୋକଙ୍କୁ ୧୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ସେହିପରି ସଂସଦୀୟ ଅଧିବେଶନରେ ଅପରାଜିତାଙ୍କ ଯୋଗଦାନ ୯୭ ପ୍ରତିଶତ ଥିବା ବେଳେ ଜାତୀୟ ଓ ରାଜ୍ୟ ହାର ୮୩ ପ୍ରତିଶତ ରହିଛି। ସଂସଦରେ ସେ ୧୦ ଟି ବିତର୍କରେ ଅଂଶ ଗ୍ରହଣ କରି ୪୫ ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି। ସେହିପରି ଗ୍ରାମାଞ୍ଚଳର ଅନ୍ଧାର ଇଲାକାରେ ୧ ହଜାର ସୌରଚାଳିତ ଆଲୋକ ବ୍ୟବସ୍ଥା କରିଛନ୍ତି। ହଂସପାଳ ଫ୍ଲାଏ ଓଭର ଓ ଭୁବନେଶ୍ୱର-ସୁରଟ ବିମାନ ସେବା ତାଙ୍କ ଉଦ୍ୟମରେ ହୋଇଥିବା ନେଇ ରିପୋର୍ଟ କାର୍ଡରେ ଉଲ୍ଲେଖ କରିଛନ୍ତି।