ଦେବଗଡ,ଏନ୍ଏନ୍ଏସ୍ : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ କୋଣ ଅନୁକୋଣରୁ କରୋନା ସମ୍ପର୍କୀତ ବିଭିନ୍ନ ତଥ୍ୟ ଏବଂ ସମ୍ବାଦକୁ ନିଜ ଜୀବନକୁ ବାଜି ଲଗାଇ ପରିବେଷଣ କରି ଆସୁଛନ୍ତି । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ମଧ୍ୟ କାର୍ଯ୍ୟରତ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ କୌଣସି ସୁବିଧା ପ୍ରଦାନ କରି ନାହାନ୍ତି। ମାତ୍ର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପଶ୍ଚିମବଙ୍ଗର ସାମ୍ବାଦିକ ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅନୁରୂପ ପ୍ରୋତ୍ସାହନ ସୁରକ୍ଷା ଯୋଗଇଦେବାକୁ ଏନୟୁଜେ ମହାସଚିବ ତଥା ଓୟୁଜେ ସଭାପତି ପ୍ରସନ୍ନ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ପତ୍ର ମାଧ୍ୟମରେ ଆଜି ଦାବୀ କରିଥିବା ସାଦାରଣ ସମ୍ପାଦକ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି ।