ଗିନିଜ ୱାର୍ଲଡ ରେକର୍ଡ କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ କମଳାକାନ୍ତ ନାୟକ

ପୁରୀ,ଏନ୍ଏନ୍ଏସ୍: ଗିନିଜ ୱାର୍ଲ୍ଡ ରେକର୍ଡ କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ କମଳା କାନ୍ତ ନାୟକ। ପ୍ରଥମ ଓଡ଼ିଆ ଫିଜିକାଲ ହ୍ୟାଣ୍ଡିକାଫ୍ଟ ଭାବେ ଗିନିଜ ୱାର୍ଲଡ ରେକର୍ଡ କରିବାକୁ ଯାଉଛନ୍ତି କମଳାକାନ୍ତ। ପୁରୀ ଜିଲ୍ଲାର ୨୮ ବର୍ଷୀୟ କମଳାକାନ୍ତ ୨୪ ଘଣ୍ଟାରେ ହୁଇଲ ଚେୟାରରେ ୨୦୦ କିଲୋମିଟର କଭର କରି ଗିନିଜ ୱାର୍ଲ୍ଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସେ ଜାନୁଆରୀ ୧୫ ତାରିଖରେ ରାଜମହଲଠାରୁ ଏହି ଯାତ୍ରା ଆରମ୍ଭ କରିବେ ବୋଲି ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସେ ଅନେକ ରେକର୍ଡ ମଧ୍ୟ ହାସଲ କରି ସାରିଛନ୍ତି। କମଳାକାନ୍ତଙ୍କ ଏହି ସଫଳତା ପଛରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ, ବେଟର ଲାଇଫ ଫାଉଣ୍ଡେସନର ହାତ ଥିବା ସେ କହିଛନ୍ତି।