Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିରୋଧୀଙ୍କୁ ଦମନର ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ- ସମୀର ମହାନ୍ତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିରୋଧୀଙ୍କୁ ଦମନର ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ- ସମୀର ମହାନ୍ତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିରୋଧୀଙ୍କୁ ଶାସକ ବିଜେଡିର ଦମନର ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ। ବିଜେଡି ଶାସନରେ, ମହିଳା ବିପଦରେ। ଏହି କଥା ଜଣେ ମହିଳା ସାଂସଦଙ୍କୁ ଆକ୍ରମଣ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କ୍ଷୋଭର ସହ କହିଛନ୍ତି।

ସେ କହିଛନ୍ତି ଯେ ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି। ଗଣତନ୍ତ୍ରରେ ଅଲୋଚନା ଓ ସମାଲୋଚନା ପ୍ରମୁଖ ସ୍ଥାନ ରହିଛି। ବିରୋଧୀଙ୍କ ପ୍ରତିବାଦକୁ ସାମ୍ନା ନକରି ଶାସକ ବିଜେଡି ଅସହିଷ୍ଣୁ ହୋଇପଡ଼ି ପ୍ରତିହିଂସାପରାୟଣ ହୋଇପଡ଼ିବା ଅତ୍ୟନ୍ତ ଲଜ୍ଜାଜନକ। ଅପରାଜିତା ଷଡ଼ଙ୍ଗୀଙ୍କୁ ଆକ୍ରମଣ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଓ ରାଜ୍ୟରେ ଗଣତନ୍ତ୍ର ବିପଦରେ ଥିବା ସ୍ପଷ୍ଟ ବାରି ହୋଇପଡ଼ିଛି। ସେହିଭଳି ଜଣେ ବିଜେପି ମହିଳା ମୁଖପାତ୍ରଙ୍କ ପ୍ରତି ଶାସକ ବିଜେଡିର ପ୍ରବକ୍ତାଙ୍କ ଦ୍ୱାରା ଆଶାଳୀନ ବକ୍ତବ୍ୟ ଓ ବ୍ୟବହାର ସମସ୍ତ ସୀମା ପାର କରିଛି। ଶାସକ ବିଜେଡି ସାଧାରଣ ଜନତା ଏବଂ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖନ୍ତୁ ଏବଂ ଏଭଳି ଅସାମ୍ବିଧାନିକ ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ୍ତ ରୁହନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହାଛଡ଼ା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯେପର୍ଯ୍ୟନ୍ତ ବହିଷ୍କାର କରାଯାଇନାହିଁ, ସେପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।