ଆଫଗାନିସ୍ତାନରୁ ଆସିଲା ୧୦୦ ଟ୍ରକ ପିଆଜ : ଉତ୍ତର-ଭାରତରେ ଦର କମିଲା

ନୂଆଦିଲ୍ଲୀ : ଦେଶରେ ଏବେ ପିଆଜର ଆକାଶଛୁଆଁ ଦରକୁ ନେଇ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ୟ୍ୟନ୍ତ ସମସ୍ତେ ଚିନ୍ତାରେ । ଦେଶର ଅନେକ ଅଞ୍ଚଳରେ ପିଆଜ ଦର ୧୫୦ ଟଙ୍କା ଉପରେ ରହିଛି । ତେବେ ଆଶ୍ୱସ୍ତିର ବିଷୟ ହେଉଛି ଆଫଗାନିସ୍ତାନରୁ ମଗାଯାଇଥିବା ପିଆଜ ଏବେ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ଗତ ତିନିଦିନ ମଧ୍ୟରେ ଆଫଗାନିସ୍ତାନରୁ ପ୍ରାୟ ୧୦୫ ଟ୍ରକ ପିଆଜ ଆସିଛି । ଏହାଛଡା ରାଜସ୍ଥାନରେ ପିଆଜର ନୂଆ ଅମଳ ବଜାରକୁ ଆସିବା ଆରମ୍ଭ କରିଛି । ଏହା ଫଳରେ ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ପିଆଜର ଦର ୧୦୦ ଟଙ୍କାକୁ ହ୍ରାସ ପାଇଛି ।