ଦେବଗଡ଼,ଏନ୍ଏନ୍ଏସ୍ : ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବାହାଳ ଗ୍ରାମରେ ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଜଣେ ମହିଳା ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ମଞ୍ଜୁ ସାହୁ।
ମିଳିଥିବା ରିପୋର୍ଟ ମୁତାବକ, ବିଶ୍ୱସ୍ତ ସୂଚନା ଆଧାରରେ ଅବକାରୀ ବିଭାଗ ଚଢ଼ଉ କରି ମଞ୍ଜୁଙ୍କୁ ଗିରଫ କରିଥିଲା। ଏହାସହ ତାଙ୍କଠାରୁ ୫ କେଜି ଗଞ୍ଜେଇ ଜବତ କରାଯାଇଥିବା ନେଇ ଅବକାରୀ ନିରୀକ୍ଷକ ମଧୁସୂଦନ ସାହୁ ସୂଚନା ଦେଇଛନ୍ତି ।