ହାତୀ ଆକ୍ରମଣରେ ଜଣେ ଗୁରୁତର

ବାଲେଶ୍ଵର,ଏନ୍ଏନ୍ଏସ୍: ନୀଳଗିରିରେ ପୁଣି ହାତୀ ଆତଙ୍କ। ନୀଳଗିରି ଉପଖଣ୍ଡ ଅଧୀନ ଜୁଣିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଶିଆସିଥିଲା। ହାତୀଟି ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ଖଳାରୁ ଧାନ ଖାଉଥିଲା। ଏହି ସମୟରେ ହାତୀକୁ ଘଉଡାଇବାକୁ ଯାଇ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ସୂଚନାନୁଯାୟୀ, କୁଳଡିହା ଅଭୟାରଣ୍ୟର ନୀଳଗିରି ଉପଖଣ୍ଡ ଅଧୀନ ଜୁଣିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଶିଆସିଥିଲା। ହାତୀଟି ଧାନ ଖାଇବା ଉଦ୍ଦେଶ୍ୟରେ ଗାଁକୁ ପଶିଆସି ଜଣଙ୍କ ଘରକୁ ଭାଙ୍ଗି ଦେଇଛି। ପରେ ସେ ଖଳାକୁ ଯାଇ ଧାନକୁ ଖାଇବାକୁ ଲାଗିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାକୁ ଧାନ ଖଳାରୁ ଘଉଡାଇବାକୁ ଯାଇଥିବା ବେଳେ ହାତୀଟି ପାଲଟା ଆକ୍ରମଣ କରିଥିଲା। ଫଳରେ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ନାଗେନ୍ଦ୍ର ଦଳେଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ସମୟରେ ନାଗେନ୍ଦ୍ରଙ୍କ ସ୍ତ୍ରୀ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ସାମାନ୍ୟ ଆହତ ହୋଇଛନ୍ତି। ଖବରପାଇ କୁଳଡିହା ରେଞ୍ଜର ବିଜୟ ମହାପାତ୍ର ଗୁରୁତରଙ୍କୁ ଭେଟି ତଦନ୍ତ ଆରମ୍ଭ କରିଛନ୍ତି।