ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପଦ୍ମପୁର,ଏନ୍ଏନ୍ଏସ୍ : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର କେରମେଲାବାହାଲ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ କେରମେଲାବାହାଲ ଗ୍ରାମର ପ୍ରକାଶ ଚନ୍ଦ୍ର ନାଗ । ମିଳିଥିବା ରିପୋର୍ଟ ମୁତାବକ, ପ୍ରକାଶ ଶନିବାର ସକାଳେ ବିଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶୀକାର ହୋଇଥିଲେ । ନିକଟସ୍ଥ ଜଙ୍ଗଲରୁ ୨ଟି ଭାଲୁ ଗାଁକୁ ଚାଲିଆସିଥିବା ବେଳେ ପ୍ରକାଶ ତାଙ୍କ ହାବୁଡ଼ରେ ପଡ଼ିଥିଲେ । ପ୍ରକାଶଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ପଦ୍ମପୁର ଏବଂ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।