ସୋସିଆଲ ମିଡ଼ିଆରେ କରୋନା ଗୁଜବ ସୃଷ୍ଟି କରି ଜଣେ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍ : କରୋନା ଭୂତାଣୁ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବା ବେଳେ ଏଥିନେଇ ଗୁଜବ ସୃଷ୍ଟିକାରୀଙ୍କ ନିମେନ୍ତ ବହୁ ନିତି ନିୟମ ପ୍ରଣୟନ କରାଯାଇଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ପୁଲିସ ଜଣେ ବ୍ୟକ୍ତିକୁ ପୁଲିସ ସୋସିଆଲ ମିଡ଼ିଆରେ ମିଥ୍ୟା ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଜଣକ ପଡ଼ିଆ ଗ୍ରାମର ବୋଲି ଜଣାପଡ଼ିଛି। ସେ ଗତ ୧ ତାରିଖରେ ତାଙ୍କର ଫେସବୁକ ଏକାଉଂଟରେ କୋରନା ଜିହାଦ ନାମକ ଏକ ପୋଷ୍ଟ କରିଥିଲେ। ଏହି ଖବର ପାଇ ପଡ଼ିଆ ଥାନା ଏସ.ଆଇ ସି.କେ ତାଣ୍ଡି ତଦନ୍ତ କରି ଏହା ଏକ ଗୁଜବ ହୋଇଥିବା ଜାଣିବାକୁ ପାଇଥିଲେ। ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପୋଷ୍ଟ କରିଥିବା ଜଣାପଡ଼ିଛି। ପରେ ପଡ଼ିଆ ଥାନାରେ କେସ ନମ୍ବର ୧୪ରେ ଏକ ମାମଲା ରୁଜ୍ଜୁ କରି ଗିରଫ କରିଛି ଓ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଏଥିସହ କେହି ଏଭଳି ଗୁଜବ ସୃଷ୍ଟିରୁ ବିରତ ରହିବାକୁ ପୁଲିସ ପକ୍ଷରୁ ନିବେଦନ କରିବା ସହ ଏଭଳି ଗୁଜବ ସୃଷ୍ଟିକାରୀଙ୍କ ସମ୍ପର୍କରେ ୧୦୦ରେ କଲ କରି ପୁଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।