ଆଇଏନଏକ୍ସ ଅର୍ଥ ଦୁର୍ନୀତି ମାମଲାରେ ଫଶିଲେ ଜଣେ ଓଡ଼ିଆ ଆଇଏଏସ୍

ନୂଆଦିଲ୍ଲୀ,ଏଜେନ୍ସ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫଶିଲେ ଜଣେ ଓଡ଼ିଆ ଆଇଏଏସ୍‍ ଅଧିକାରୀ। ପୂର୍ବତନ ଏମଏସ୍‌ଏମଇ ସଚିବ ତଥା ଆଇଏସ୍‌ ଅନୁପ ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ସୂଚନା ଦେଇଛନ୍ତି। ସେହିପରି ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୩ଜଣ ଆଇଏଏସ୍ ଅଫିସରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନେ ହେଲେ ଅଣ୍ଡର ସେକ୍ରେଟାରୀ ଆର ପ୍ରସାଦ, ଡାଇରେକ୍ଟର ପ୍ରମୋଦ ସକ୍ସେନା, ପୂର୍ବତନ ଅର୍ଥନୈତିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ସିଧୁଶ୍ରୀ ଖୁଲର। ଅନ୍ୟପଟେ ପୂର୍ବରୁ ଆଇଏନଏକ୍ସ ମିଡିଆ ଅର୍ଥ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି