ବରଗଡ଼,ଏନ୍ଏନ୍ଏସ୍: ଖେଳ ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଘଟଣା ଘଟିଛି ବରଗଡ ଟାଉନ ଥାନା ଅମ୍ବାପାଲି ଖେଳପଡ଼ିଆରେ। ବର୍ତ୍ତମାନ ଯାହା ସୂଚନା ମିଳିଛି ମୃତ ଯୁବକ ଜଣଙ୍କ ଅତାବିରା ଥାନା ଅନ୍ତର୍ଗତ ମହମ୍ମଦ କାସିମ।
ତାଙ୍କ ଗଳାକୁ କିଏ କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ସବୁଦିନ ପରି ଗତକାଲି ମଧ୍ୟ ବରଗଡ଼ ଡେମକଲୋନୀ ନିକଟସ୍ଥ କାସିମ ଲେଦ ଗ୍ୟାରେଜରେ କାମ କରିବାକୁ ଆସିଥିଲେ। ରାତିରେ ଘରକୁ ଫେରିନଥିଲେ। ପରେ ଘର ଲୋକଙ୍କ ବହୁ ଖୋଜାଖୋଜି ପରେ ଆଜି ତାଙ୍କର ମୃତ ଦେହ ପଡ଼ିଆରୁ ଉଦ୍ଧାର କରାଯାଇଛି। କିଏ କ’ଣ ପାଇଁ ଏପରି ଲୋମ ଟାଙ୍କୁରା ଘଟଣା ଘଟାଇଛି ଏ ନେଇ କିଛି ସ୍ୱଷ୍ଟ ସୂଚନା ମିଳିନାହିଁ। ଗ୍ରାମବାସୀଙ୍କର ଅଭିଯୋଗକ୍ରମେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ଖୋଳତାଡ଼ ଆରମ୍ଭ କରିଛି।