ଟ୍ରକ ଧକ୍କାରେ ଜଣେ ଗୁରୁତର : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ସାରସମାଲ ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଏକ ଟ୍ରକ୍କା ଧକ୍କା ଦେଇଛି। ଫଳରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲ୍ଲା ଡାକ୍ତରଖାନା ପଠାଯାଇଛି। ଗୁରୁତର ଆହତ ଜଣକ ସାରସମାଲ ଗ୍ରାମର କ୍ରିଷ୍ଣା ମୁଣ୍ଡା (୩୦) ବୋଲି ବିଟିଏମ ଫାଣ୍ଡି ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ଆଜି ସକାଳେ କୀଷ୍ଣା ସାରମାଲ ଛକ ପାରି ହେଉଥିବାବେଳେ ସମ୍ବଲପୁରରୁ ଝାରସୁଗୁଡ଼ା ପଟକୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଦୀର୍ଘ ସମୟଧରି ରାସ୍ତାରୋକ ହେବାରୁ ରାସ୍ତାର ଉଭୟ ପାର୍ଶରେ ଭିଡ଼ ଜମିଥିଲା। ପରେ ଘଟଣାସ୍ଥଳରେ ବିଟିଏମ ଫାଣ୍ଡି ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଏଥିସହିତ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।