ବଜ୍ରାଘାତରେ ଜଣେ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଉତୁଣିଆ ମୁଣ୍ଡା ଗ୍ରାମରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତ୍ରି ପ୍ରାୟ ସାଢ଼େ ୧୦ଟା ସମୟରେ ଦେବଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଥିଲା। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଉତୁଣିଆ ମୁଣ୍ଡା ଗ୍ରାମର ମଦନ ମୁଣ୍ଡା।

ସେ ରାତିରେ ପଦାକୁ ପରିଶ୍ରା ପାଇଁ ଯାଇଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ମଦନଙ୍କ ଛାତି ସମେତ ଶରୀରର ବିଭିନ୍ନ ଅଂଶ ପୋଡିଯାଇଥିଲା। ଏଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଜି ସକାଳୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।