ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ତଲିବାହାଲ ଗ୍ରାମ ପୋଖରୀରେ ବୁଡି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ତଲିବାହାଲ ଗ୍ରାମର ସ୍ୱର୍ଗତ ଯୁଗ ସାଙ୍କ ପୁଅ ରମାକାନ୍ତ ସା(୪୫)।
ସୂଚନା ଅନୁଯାୟୀ, ରମାକାନ୍ତ ସୋମବାର ସକାଳ ପ୍ରାୟ ୯ଟା ୩୦ରେ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ। ଗୋଡ ଖସିଯିବାରୁ ସେ ପୋଖରୀର ବୁଡିଯାଇଥିଲେ। ଗାଁ ଲୋକେ ତାଙ୍କ ଶବକୁ ପାଣିରୁ ଉଦ୍ଧାର କରି ବନହରପାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ୨୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରକାଶ ଯୋଗ୍ୟ ଯେ, ରମାକାନ୍ତଙ୍କର ଗୋଟିଏ କନ୍ୟା ସନ୍ତାନ ଥିବା ବେଳେ ସେ ଚାଷ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ରମାକାନ୍ତଙ୍କ ବିୟୋଗରେ ତଲିବାହାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।