ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଆମ୍ବପାଳ ଗ୍ରାମ ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ୨ ଯୁବକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ଦେବଗଡ଼ପୌରାଞ୍ଚଳର ରାକେଶ ପାଣିଙ୍କ ସ୍ୱିଫ୍ଟ ଡିଜାୟାର କାରକୁ ବୁଢ଼ିବିଲ ଗ୍ରାମର ସଞ୍ଜୟ ନାୟକ (୨୨) ନିଜ ଘରକୁ ଯିବାକୁ କହି କାର ନେଇ ଦେବଗଡ଼ରୁ ବୁଢ଼ିବିଲ ବାହାରି ଥିଲେ। ତେବେ ଚାଳକ ସଞ୍ଜୟ କାର ନେଇ ନିଜ ଘରକୁ ଯିବା ପରିବର୍ତ୍ତେ ନିକ୍ତିମାଲ ଗ୍ରାମର ଦେବାନନ୍ଦ ବେହେରା (୧୯)ଙ୍କ ସହ କୌଣସି କାମରେ ଖିଲେଇ ଗ୍ରାମ ପଟକୁ ଯାଇଥିଲେ।
