ପୁରୀ-ହାୱଡା ଏକ୍ସପ୍ରେସ୍‌ ଲାଇନଚ୍ୟୁତ୍‌: ୩ଟି ବଗି ଲାଇନଚ୍ୟୁତ

ପୁରୀ,ଏନ୍ଏନ୍ଏସ୍: ଆଜି ସନ୍ଧ୍ୟାରେ ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ବଗି ଲାଇନଚ୍ୟୁତ ହୋଇଛି। ମାଳତୀପାଟପୁରରୁ ପୁରୀ ଆସିବା ବେଳେ ଏହି ଅଘଟଣ ଘଟିଛି। ଯାହାଫଳରେ ପୁରୀ-ହାୱଡା ଟ୍ରେନ୍‌ ଯାତ୍ରା ବିଳମ୍ୱ ହୋଇଛି। ତେବେ କେଉଁ କାରଣ ପାଇଁ ଲାଇନ୍‌ଚ୍ୟୁତ୍‌ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ରେଲୱେ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଟ୍ରାକ୍‌ ମରାମିତି କାର୍ଯ୍ୟ ଚାଲିଛି।