ନାବାଳିକା ଅପହରଣ ଅଭିଯୋଗ, ଯୁବକ ଗିରଫ

  • ଦେବଗଡ଼,ଏନଏନଏସ: ଦେବଗଡ଼ ପୌରାଞ୍ଚଳର ଜନୈକା ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ଅପହରଣ କରିନେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଅବିନାଶ ବେହେରା (୧୯)। ବିବାହର ପ୍ରଲୋଭନ ଦେଖାଇ ଗତ ଜୁଲାଇ ୨ତାରିଖରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗୁମାଡିହ ଗ୍ରାମସ୍ଥିତ ବାସ ବେହେରାଙ୍କ ଘରକୁ ନେଇଯାଇ କିଛିଦିନ ରଖିବା ସହ ସେଠାରେ ନାବାଳିକା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଆଧାର କାର୍ଡ କରିବା ଆଳ ଦେଖାଇ ନାବାଳିକାକୁ ଅଗଷ୍ଟ ୯ତାରିଖରେ କୋଏଲନଗର ଅଞ୍ଚଳରେ ରହୁଥିବା ଅନ୍ୟ ଜଣେ ସମ୍ପର୍କୀୟ ମଞ୍ଜୁ ବେହେରାଙ୍କ ଘରକୁ ନେଇ ସେଠାରେ ଛାଡି ଫେରାର ହୋଇଯାଇଥିଲେ। ନାବାଳିକା ଜଣକ କିଛିଦିନ ଧରି ଅପେକ୍ଷା କରିବା ପରେ ପ୍ରତାରକ ଯୁବକ ଅବିନାଶର କୌଣସି ପତ୍ତା ନମିଳିବାରୁ ନାବାଳିକା ଜଣଙ୍କ ଦେବଗଡ଼ସ୍ଥିତ ନିଜ ଘରକୁ ଫେରିଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ରବିବାର ଦେବଗଡ଼ ଥାନାରେ ଅଭିଯୁକ୍ତ ଅବିନାଶ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧରରେ ଦେବଗଡ଼ ପୁଲିସ ଅବିନାଶ ନାମରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ସୋମବାର ଗିରଫ କରିଥିଲା।