ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଓମିକ୍ରନ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ବର୍ତ୍ତମାନ କୋଭିଡରେ ଯେଉଁ ଭ୍ୟାରିଏଣ୍ଟ ରହିଛି ସେଥିରେ ଅଧିକ ରହିଛି ଓମିକ୍ରନ। ରାଜ୍ୟ ପାଇଁ ଭଲ ଖବର ଯେ ଓମିକ୍ରନ ର ଯେଉଁ ଇଫେକ୍ଟ ରହୁଛି ତାହା ଗୁରୁତର ନୁହଁ। ଓମିକ୍ରନର ଭେରୀଏସନରେ ଯେଭଳି ସଂକ୍ରମଣ କମୁଛି, ଆମେ ଆଶା କରିବା ଯେ ଦ୍ରୁତ ଗତିରେ ସଂକ୍ରମଣ ହ୍ରାସ ହେବ। ଏହା ସହ ହାଡ଼ ହିମ୍ୟୁନିଟି ସୃଷ୍ଟି କରିଛି।
ରାଜ୍ୟରେ କୋଭିଡର ଯେଉଁ ଭ୍ୟାରିଏଣ୍ଟ ରହିଛି ସେଥିରେ ଅଧିକ ରହିଛି ଓମିକ୍ରନ ମାମଲାରାଜ୍ୟରେ କୋଭିଡର ଯେଉଁ ଭ୍ୟାରିଏଣ୍ଟ ରହିଛି ସେଥିରେ ଅଧିକ ରହିଛି ଓମିକ୍ରନ ମାମଲାରାଜ୍ୟରେ କୋଭିଡର ଯେଉଁ ଭ୍ୟାରିଏଣ୍ଟ ରହିଛି ସେଥିରେ ଅଧିକ ରହିଛି ଓମିକ୍ରନ ମାମଲା
ଯେତେବେଳେ ଏକ ମହାମାରୀରେ ସମସ୍ତେ ସଂକ୍ରମିତ ହୋଇଯାଆନ୍ତି ସେହି ସମୟରେ କମ୍ୟୁନିଟି ବୃଦ୍ଧି ପାଇଥାଏ। ଯଦି ଦେଖାଯାଏ ଆମେ ବର୍ତ୍ତମାନ ଭଲ ସ୍ଥିତି ଆଡକୁ ଯାଉଛେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସୂଚନା ଅନୁଯାୟୀ, ରାଜ୍ୟରେ ୯୮% ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ୨୪୧ ନମନାକୁ ନେଇ ଅନୁଧ୍ୟାନ କରିଥିଲା ଆଇଏଲ୍ଏସ୍। ୨୪୧ ନମୂନା ଭିତରୁ ୨୩୫ଜଣ ଓମିକ୍ରନ ଏବଂ ମାତ୍ର ୬ଟି ଡେଲଟା ଭୂତାଣୁ ଚିହ୍ନଟ କରାଯାଇଥିଲା। ଜାନୁଆରୀ ୨୭ ରୁ ଫେବୃଆରୀ ୪ ମଧ୍ୟରେ ହୋଇଥିଲା ପରୀକ୍ଷା।
ତଥ୍ୟ ଅନୁଯାୟୀ, ରାଜ୍ୟରେ ଅନୁଗୁଳ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଗଜପତି, ଗଞ୍ଜାମ ଜଗତସିଂହପୁର, ଯାଜପୁର , କଳାହାଣ୍ଡି, କେନ୍ଦ୍ରାପଡ଼ା ,ଖୋର୍ଦ୍ଧା, ନବରଙ୍ଗପୁର, ମୟୁରଭଞ୍ଜ ,ନୟାଗଡ ,ପୁରୀ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲା ରେ ଓମିକ୍ରନ ର ସିକ୍ୟୁନସିଂ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରୁ ୪, ନୟାଗଡ ଓ ପୁରୀରେ ଜଣେଡେଲଟା ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଓମିକ୍ରନ ଭ୍ୟାରିଏଣ୍ଟ ଗଞ୍ଜାମ ରେ ୪୬ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧରେ ୪୪, କଟକରେ ୨୭ ଓ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଓମିକ୍ରନ ଚିହ୍ନଟ ହୋଇଛନ୍ତି।