ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପିତା ରବି ଟଣ୍ଡନଙ୍କର ଆଜି ନିଧନ ହୋଇଛି । ଏଭଳି ସ୍ଥିତିରେ ରବୀନା ନିଜକୁ ଦୃଢ଼ କରିବା ସହ ପିତାଙ୍କ ଅନ୍ତିମ ସଂସ୍କାରର ପରମ୍ପରା ନିର୍ବାହ କରିଛନ୍ତି । ରୂଢ଼ିବାଦୀ ନିୟମକୁ ଭାଙ୍ଗି ରବୀନା ସଭିଙ୍କ ହୃଦୟ ଜିଣିଛନ୍ତି । ଅନ୍ତିମ ସଂସ୍କାର ପ୍ରକ୍ରିୟା ସମୟରେ ରବିନାଙ୍କ ସ୍ୱାମୀ ଅନୀଲ ଟଣ୍ଡନ ଓ ଭାଇ ରାଜୀବ ଟଣ୍ଡନ ମଧ୍ୟ ଉପସ୍ଥିତ ଥିଲେ । ତଥାପି ଏହି ସମୟରେ ରବୀନା ହାତରେ ଅନ୍ତିମ ସଂସ୍କାର ହାଣ୍ଡି ଧରି ଶବ ପାଖରେ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପରମ୍ପରା ନିର୍ବାହ କରୁଥିବା ସମୟରେ ରବୀନା ନଡ଼ିଆ ଫଟାଇଥିଲେ । ସାଧାରଣତଃ ଆମ ସମାଜରେ ଏହି ପରମ୍ପରା ପୁଅମାନେ ନିର୍ବାହ କରିଥାନ୍ତି । କିନ୍ତୁ ରବୀନା ସମାଜର ଏଭଳି ପ୍ରଥାକୁ ଭାଙ୍ଗି ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ।