ଅଷ୍ଟ୍ରେଲିଆର ବ୍ରିସବେନରେ ୨୦୩୨ ଅଲମ୍ପିକ

ନୂଆଦିଲ୍ଲୀ: ୨୦୩୨ ଅଲମ୍ପିକ ଅଷ୍ଟ୍ରେଲିଆର ବ୍ରିସବେନ ସହରରେ ଆୟୋଜିତ ହେବ। ଏନେଇ ଆନ୍ତର୍ଜାତୀୟ ଅଲମ୍ପିକ କମିଟି ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ପୂର୍ବରୁ ଅଷ୍ଟ୍ରେଲିଆ ୨ଥର ଅଲମ୍ପିକ ଆୟୋଜନ କରିସାରିଛି। ଏଥିରେ ୧୯୫୬ରେ ମେଲବର୍ଣ୍ଣ ଓ ୨୦୦୦ରେ ସିଡନୀ ସାମିଲ ରହିଛି।

ସୂଚନାଯୋଗ୍ୟ, ଜାପାନର ରାଜଧାନୀ ଟୋକିଓରେ ଜୁଲାଇ ୨୩ରୁ ଅଲମ୍ପିକ ଖେଳ ଆରମ୍ଭ ହୋଇ ଅଗଷ୍ଟ ୮ରେ ଶେଷ ହେବ। ଏଥର ୧୨୭ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଟୋକିଓ ପରେ ୨୦୨୪ ଅଲମ୍ପିକ ଖେଳ ଫ୍ରାନ୍ସର ପ୍ୟାରିସରେ ହେବ। ଆଉ ୨୦୨୮ରେ ଲସ ଏଞ୍ଜୋଲିସରେ ଅଲମ୍ପିକ ଖେଳ ଆୟୋଜନ କରାଯିବ।