୨ ଦିନ ସମ୍ପୂର୍ଣ୍ଣ ଲକଡାଉନରେ କେରଳ

କେରଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳ ସରକାର ସମଗ୍ର ରାଜ୍ୟରେ ୨ ଦିନ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଏହାଦ୍ୱାରା ଆସନ୍ତା ୨୩ ଓ ୨୪ ତାରିଖରେ ରାଜ୍ୟରେ ଶକ୍ତ କଟକଣା ଲାଗୁ ରହିବ। ଏଥିସହିତ ପିନରାଇ ବିଜୟନ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳାୟକୁ ଦିନକରେ ୩ଲକ୍ଷ ଟେଷ୍ଟିଂ କରିବାକୁ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା କାଳରେ ବକରୀଦ ପାଳିବା ପାଇଁ କେରଳ ସରକାର ୧୮, ୧୯ ଓ ୨୦ ତାରିଖରେ  ନିୟମ କୋହଳ କରିଥିଲେ।  ଯଦି ଲକଡାଉନ କରିବାର ଥିଲା ତେବେ ଇଦ୍ ଅବସରରେ ନିୟମ କୋହଳ କରିବାର କ’ଣ ଆବଶ୍ୟକତା ଥିଲା ବୋଲି ସୋସିଆଲ ମିଡିଆରେ ଲୋକେ ପ୍ରଶ୍ନ ଉଠାଉଛନ୍ତି।