ଘର ଭିତରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଉଦଳା, ଏନ୍ଏନ୍ଏସ୍: କପ୍ତିପଦା ଥାନା ବେଲଡିହା ଗାଁରେ ଏକ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ଘର ଭିତରୁ ଜମେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧା ଜଣକ ହେଲେ ଶର୍ମାମଣି ସେଠୀ । ଦୁଇ ଦିନ ହେବ ଶର୍ମାମଣି ଘରୁ ବାହାରି ନ ଥିଲେ । ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।